ଦୁର୍ଷ୍କମର ୧୪ ଦିନ ପରେ ଧରା ପଡିଲେ ଅଭିଯୁକ୍ତ

ରାଉରକେଲା- ଗତ ଜୁଲାଇ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଘଟଣାର ୧୪ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ । ଅଭିଯୁକ୍ତ ଦୁଇଜଣ ହେଲେ ଗୁରୁଦ୍ୱାରା ରୋଡ଼ର ମହେଶ ପ୍ରସାଦ ଓ ତାର ସାଙ୍ଗ ରାହୁଲ ପ୍ରସାଦ ସୋନି । ପ୍ରକାଶ ଯେ, ରାଉରକେଲା ସେକ୍ଟର ୨୦ ହିଲଟପ ବସ୍ତିର ଜଣେ ଯୁବତୀଙ୍କୁ ରିଂରୋଡରୁ ଉଠାଇନେଇ ପ୍ରଥମେ ଦୁର୍ଗାପୁର ପାହାଡ ଓ ପରେ ରାହୁଲର ସାଙ୍ଗ ଘରେ ନେଇ ଦୁଷ୍କର୍ମ କରିଥିଲେ । ଯୁବତୀ ଜଣଙ୍କ କୌଶଳକ୍ରମେ ସେଠାରୁ ଖସି ଆସି ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ କରିଥିଲେ । ପରେ ଆନିମଲ୍ ରେସ୍କ୍ୟୁ ଟିମର ଜଣେ ସଦସ୍ୟ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ପୀଡିତା ଓ ପୋଲିସଙ୍କୁ ସାହାଯ୍ୟ କରିଥିଲେ । ଘଟଣାର ୧୪ଦିନ ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।