ପୁଣି ବଢ଼ିଲା ପେଟ୍ରୋଲ ଓ ଡ଼ିଜେଲ ଦର, ଜାଣନ୍ତୁ ଭୁବନେଶ୍ୱର କେତେ ?

ଭୁବନେଶ୍ୱର, ୨୩ା୨: ଲଗାତର ବଢିଚାଲିଛି ପେଟ୍ରୋଲ ଓ ଡ଼ିଜେଲ ଦର । ତୈଳ ଦର ଲଗାତାର ୧୨ ଦିନ ବୃଦ୍ଧି ପାଇବା ପରେ ୨ ଦିନ ଅପରିବର୍ତ୍ତିତ ରହିଥିଲା । ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୪୩ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ୧୫ ଦିନ ମଧ୍ୟରେ ତୈଳ ଦର ୩ ଟଙ୍କା ୯୮ ପଇସା ବଢ଼ିଛି ।

କାଲିମେଳାରେ ଆଜି ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ଏହା ପଛକୁ ରହିଛି ମାଲକାନଗିରିରେ ତେଲ ଦର । ମାଲକାନଗିରରେ ସାଧାରଣ ପେଟ୍ରୋଲ ୯୬ଟଙ୍କାରୁ ଅଧିକ ରହିଥିବା ବେଳେ ସେନଚୁରୀ ମାରିଛି ସ୍ପିଡ୍ ପେଟ୍ରୋଲ । ଯୋଡ଼ାରେ ପେଟ୍ରୋଲ ୯୩ଟଙ୍କା ଓ ଡିଜେଲ ୯୦ ଟଙ୍କାରୁ ଅଧିକ । ସମ୍ବଲପୁର ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଛି । ସମ୍ବଲପୁର ଓବ୍ରହ୍ମପୁରରେ ଡିଜେଲ ୮୯ଟଙ୍କାରୁ ଅଧିକରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ହୋଇଛି ।

Comments are closed.