ଆଜି ପ୍ରକାଶ ପାଇଲା ଯୁକ୍ତ ୩ ମେରିଟ୍ ଲିଷ୍ଟ

ଓଡିଶାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଆଜି ପ୍ରକାଶ ପାଇଛି । ପୂର୍ବାହ୍ନ ୧୧ଟାରେ ଓଡିଶାର ବିଭିନ୍ନ କଲେଜ ଯଥା ଯୁକ୍ତ ୩ ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ ଓ ଅନ୍ୟାନ୍ୟ କଲେଜରେ ତାଲିକା ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ dheodisha.gov.in ଓ samsodisha.gov.in ୱେବସାଇଟକୁ ଯାଇ ନିଜର ନାମ ଦେଖିବା ସହିତ ଜୁଲାଇ ୪ରୁ ୭ ମଧ୍ୟରେ ନାମ ଲେଖାଇପାରିବେ । ଜୁଲାଇ ୧୧ରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ୧୨ ଓ ୧୩ ତାରିଖରୁ ନାମଳେଖା ଆରମ୍ଭ ହୋଇଯିବ । ଜୁଲାଇ ୧୬ରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଢପଠା ଆରମ୍ଭ ହୋଇଯିବ । ଖବର ଅନୂସାରେ ୯୮୪ କଲେଜରେ ନାମଲେଖା ପାଇଁ ୨ ଲକ୍ଷ ୭୨ ହଜାର ୫୯୨ ଜଣ ପିଲା ଆବେଦନ କରିଥିବା ବେଳେ ସେଥିରୁ ପ୍ରାୟଃ ୧ ଲକ୍ଷ ୮୩ ହଜାର ୨୭୮ ପିଲାଙ୍କ ଦରଖାସ୍ତ ଗ୍ରହଣ କରାଯାଇଛି ।

Comments are closed.