ବିଶିଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, ୨୦ା୧ : ବିଶିଷ୍ଟ ଓଡ଼ିଆ ଅଭିନେତା ରବି ମିଶ୍ରଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ୬୪ ବର୍ଷରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ବହୁ ଓଲିଉଡ ଅଭିନେତା, ଅଭିନେତ୍ରୀ ତଥା ସିନେପ୍ରେମୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତେବେ ମଞ୍ଚ, ସିରିଏଲ ଓ ଫିଲ୍ମରେ ଅଭିନୟ କରିଛନ୍ତି ରବି ମିଶ୍ର । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ । ଦୂରଦର୍ଶନରେ ପ୍ରସାରିତ ଟେଲି ଧାରାବାହିକ ‘ଗୋପାଳ ରହସ୍ୟ’ ପାଇଁ ସେ ଘରେ ଘରେ ପରିଚିତ ଥିଲେ। ‘ଗୋପାଳ ରହସ୍ୟ’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଦୂରଦର୍ଶନରେ ପ୍ରସାରିତ ଅନେକ ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅନେକ ଚଳଚିତ୍ରରେ ମଧ୍ୟ ସେ ଅଭିନୟ କରି ନିଜର ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି।

Comments are closed.