ମନା କଲେ ପରବର୍ତ୍ତୀ ମୁହୂର୍ତ୍ତରେ ଆଉ ମିଳିବନି ମାଗଣା ଟିକା

ଭୁବନେଶ୍ୱର,୧୯ ।୧: ଟିକା ନେବାକୁ ମନା କଲେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ମିଳିବନି ମାଗଣା ଟିକା । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ଅନୁପସ୍ଥିତ ଥିଲେ ପରେ ଆସି ଟିକା ନେଇପାରିବେ । ଆଜି ୪ଟା ୨୫ରେ ପହଞ୍ଚିବ ଦ୍ବିତୀୟ ଦଫା ଟିକା । ଆଜି ୩ ଲକ୍ଷ ୩୪ ହଜାର ୫୦୦ ଡୋଜ୍‌ ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ଡାଟାବେସ୍‌ରେ ଥିବା କର୍ମୀଙ୍କୁ ମିଳିବ ଟିକା । ଆଜି ଟିକା ଦାନ ନେଇ କିଛି ସେସନସ କମାଯାଇଛି । ଆଜି ୧୯୨ଟି ସେସନସରେ ହେବ ଟିକା ଦାନ । ଆଜି ୧୬ ହଜାର ୨୬୧ ଜଣଙ୍କୁ ଟିକା ଦାନ ଲକ୍ଷ୍ୟ ରହିଛି । ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କଠାରେ ସାମାନ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏବେ ସମସ୍ତେ ସୁସ୍ଥ ଅଛନ୍ତି । ୨ଟି ପର୍ଯ୍ୟାୟରେ ଆସିଥିବା ଟିକା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପର୍ଯ୍ୟାପ୍ତ ହେବ । ସବୁ ସ୍ୱାସ୍ଥ୍ୟକର୍ମୀ ଟିକା ନେବାକୁ ଆଗେଇ ଆସନ୍ତୁ , କାରାଣ ଟିକା ନେବାକୁ ମନା କଲେ ଆଉ ମାଗଣା ଟିକା ମିଳିବନି ।’

ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି ଜଣାପଡିଛି । ପୂର୍ବରୁ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ରାଜ୍ୟକୁ ୪ ଲକ୍ଷ ୮ ହଜାର କୋଭିସିଲ୍ଡ ଟିକା ଆସିଥିଲା । ଆଜି ୧୯୨ଟି ସେସନ୍, ବୁଧବାର- ୯୨ ସେସନ୍, ଗୁରୁବାର- ୪୩୬ଟି ସେସନ୍, ଶୁକ୍ରବାର- ୧୪୧, ଶନିବାର- ୧୭୮, ରବିବାର ବିରତି ପରେ ଆଗାମୀ ସୋମବାର ପୁଣି ୨୭୯ଟି ସେସନରେ ଟିକାକରଣ କରାଯିବାକୁ ସ୍ଥିର ହୋଇଛି ।

Comments are closed.