ଆଉ ଖୋଲିବନି କ୍ଲାସ! ୧ରୁ ୮ମ ପାସ୍, ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର: କରୋନା ପାଇଁ ଏବର୍ଷ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ବିନା ପରୀକ୍ଷାରେ ପାସ୍ କରାଯାଇଛି । ପ୍ରଥମରୁ ଅଷ୍ଟ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ ହେବନି । ଗତବର୍ଷ ଭଳି ଏଥର ବି ପରୀକ୍ଷା ନକରି କ୍ଲାସ ପ୍ରମୋସନ କରାଯିବ । ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ‘ବର୍ତ୍ତମାନ ସ୍ଥିତି ଯାହା ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି ଆପାତତଃ ଏହା ହିଁ ସ୍ଥିର ହୋଇଛି । କ୍ଳାସ ଚାଲିଥିବାରୁ ନବମ ପିଲାଙ୍କ ପରୀକ୍ଷା ଅଫଲାଇନରେ ହେବ ।’ ତେବେ ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇନପାରେ ବୋଲି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

Comments are closed.