ଅଗଷ୍ଟ ୧ରେ NEET ‌-୨୦୨୧ ପରୀକ୍ଷା

ନୂଆଦିଲ୍ଲୀ, ୧୩।୩: ଏ ବର୍ଷର ଡାକ୍ତରୀ ପ୍ରବେଶିକା ପରୀକ୍ଷା ବା NEET ପରୀକ୍ଷା ଅଗଷ୍ଟ ୧ରେ ହେବାକୁ ଯାଉଛି । ସାରା ଦେଶରେ ଇଂରାଜୀ ଓ ହିନ୍ଦୀ ସମେତ ୧୧ଟି ଭାଷାରେ ପରୀକ୍ଷା ହେବ । ଅଫଲାଇନରେ ପରୀକ୍ଷା କରିବା ନେଇ ଜାତୀୟ ପରୀକ୍ଷା ସଂସ୍ଥା NTA ସୂଚନା ଦେଇଛି। MBBS, BDS, BAMS, BSMS, BUMS ଓ BHMS ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ NEET । ଏନେଇ ntaneet.nic.in ଓ nta.ac.in ରେ ବିସ୍ତୃତ ତଥ୍ୟ ମିଳିଯିବ ।

ବିଜ୍ଞପ୍ତିରେ ‘ଏନ୍‌ଟିଏ’ କହିଛି ଯେ, ‘ନିଟ୍‌’ (ୟୁଜି)’ ୨୦୨୧’ ଲାଗି ଆବେଦନ ଫର୍ମ ଦାଖଲ ଆରମ୍ଭ ହେଲେ ପରୀକ୍ଷା, ପାଠ୍ୟଖସଡ଼ା, ବୟସଗତ ଯୋଗ୍ୟତା, ସଂରକ୍ଷଣ, ଆସନ ବର୍ଗୀକରଣ, ପରୀକ୍ଷା ଶୁଳ୍କ, ପରୀକ୍ଷା ହେବାକୁ ଥିବା ସହର, ରାଜ୍ୟ କୋଡ୍‌ ଏବଂ ଅନ୍ୟାନ୍ୟ ସୂଚନା ଅବିଳମ୍ବେ ୱେବସାଇଟରେ ଦିଆଯିବ।

Comments are closed.