ନାବାଳିକା ଝିଅର ସନ୍ଦେହ ଜନକ ଆତ୍ମହତ୍ୟା

ଅନୁଗୋଳ, ରମାକାନ୍ତ ତ୍ରିପାଠୀ : ପାଳଲହଡା ବ୍ଲକ ଖମାର ଥାନା ଖେମଳା ପଂଚାୟତର ରୋହୀରା ରୁଗୁଡି ସାହିରେ ଘଟିଛି ଅଘଟଣ। ୧୫ ବର୍ଷର ନାବାଳିକା ଝିଅ ଏକ କେନ୍ଦୁ ଗଛରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ନାବାଳିକାର ନିଜଘର ଡିମିରିଆ ପଞ୍ଚାୟତର ଖଜୁରିଆ ଗ୍ରାମରେ ଏବଂ ସେ ସୁରେଶ ହେମ୍ରମଙ୍କ ଝିଅ ବୋଲି ସୂଚନା ମିଳିଛି ।ତେବେ ୨ ମାସ ହେବ ନାବାଳିକା ରୋହିରା ସ୍ଥିତ ମାଉସୀ ଘରେ ରହୁଥିଲା। ଗତକାଲି ଧାନ କାଟିବା ପାଇଁ ଵିଲକୁ ଯାଇଥିଲା ନାବାଳିକା କିନ୍ତୁ ଆଉ ସନ୍ଧ୍ୟାରେ ଘରକୁ ଫେରି ନଥିଲା। ତା ମାଉସୀ ଖୋଜା ଖୋଜି କରିବା ପରେ ଗ୍ରାମ ପାଖ ଏକ କେନ୍ଦୁଗଛରେ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ। ସଂଗେସଂଗେ ଖମାର ପୁଲିସକୁ ଖବର ଦେବାପରେ ଖମାର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହା ହତ୍ୟା ନା ଆତ୍ମହତ୍ୟା, ଶବ ବ୍ୟବଚ୍ଛେଦ ରିପୋଟ ଆସିଲେ ଜଣାପଡିବ ବୋଲି ଖମାର ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.