ଗରିବୀର ଦାଉ ଓ ରୋଗ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା କଲେ ପ୍ୟାରିଲାଲ

ବଲାଙ୍ଗୀର, ସୁଜାତା ମିଶ୍ର : ବଲାଙ୍ଗିର ସହର ମାଳପଡାରେ ଘଟିଛି ଅଭାବନୀୟ ଘଟଣା । ଗରିବୀର ଦାଉ ଏବଂ ରୋଗ ଯନ୍ତ୍ରଣା ସହିନପାରି ଜଣେ ବ୍ୟକ୍ତି ଟ୍ରାନସଫରମର ଉପରକୁ ଡେଇଁପଡି ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ମାଳପଡାର ୪୯ ବର୍ଷୀୟ ପ୍ୟାରିଲାଲ ସାହୁ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ପ୍ୟାରିଲାଲ ଏକ ପାନଦୋକାନ କରିଥିଲେ । କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡିବାରେ ଲାଗିଥିଲା ॥ ହସପିଟାଲକୁ ଯାଇ ପରୀକ୍ଷା କରିବା ପରେ ତାଙ୍କୁ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ । କରୋନା ଯୋଗୁଁ ପାନଦୋକାନ ପ୍ରାୟ ବନ୍ଦ ରହୁଥିବାରୁ କ୍ଷତି ସହି ଚିନ୍ତାରେ ଥିଲେ ପ୍ୟାରୀ । ପରିବାର ଚଲାଇବା ପାଇଁ ସଂଘର୍ଷ କରୁଥିବା ବେଳେ କ୍ୟାନସର ରୋଗ ଚିହ୍ନଟ ହେବା ପ୍ୟାରିଙ୍କୁ ଆହୁରି ଦୁଃଖ ଯନ୍ତ୍ରଣା ଦେଇଥିଲା । କେମିତି ପରିବାର ଚଲାଇବେ ? କେଉଁଠୁ ଟଙ୍କା ଆଣି ଚିକିତ୍ସିତ ହେବେ ? ସେହି ଚିନ୍ତା କରି କରି ଶେଷରେ ଜୀବନ ହାରିବା ପାଇଁ ପ୍ୟାରି ନିଷ୍ପତ୍ତି ନେଇଥିଲେ । ଗତକାଲି ବିଳମ୍ୱିତ ରାତିରେ ଘର ଠାରୁ ଶହେ ମିଟର ଦୂର ମାଳପଡା ସ୍କୁଲ ନିକଟରେ ଥିବା ଟ୍ରାନସଫର ଉପରକୁ ଡେଇଁପଡିଥିଲେ । ଆଜି ସକାଳୁ ଟ୍ରାନସଫରମର ଉପରେ ମୃତ ଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଇଲେକ୍ଟ୍ରି ବିଭାଗକୁ ଖବର ଦେବା ସହିତ ଶବ ଉଦ୍ଧାର ପାଇଁ ଚେଷ୍ଟା ଜାରୀ ରଖିଛି I

Comments are closed.