କାମ ନହେବାରୁ ହତୋତ୍ସାହିତ ହୋଇ ରେଙ୍ଗାଲୀ ତହସିଲରେ ନିଆଁ ଲଗାଇଲେ ଜଣେ ବ୍ୟକ୍ତି

ସମ୍ବଲପୁର, ତୁସବନ୍ତ ଯୋଶୀ : ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ଅଗ୍ନିକାଣ୍ତ । ଆଜି ସକାଳ ସାଢେ ୯ ଟା ସମୟରେ ଏହି ଅଗ୍ନିକାଣ୍ତ ଘଟିଥିବା ସୁଚନା ମିଲିଛି । ଘଟଣା ସ୍ଥଲରେ ରେଙ୍ଗାଲୀ ଅଗ୍ନିସମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମିଲିଥିବା ସୂଚନା ମୁତାବକ ରେଙ୍ଗାଳି ବ୍ଲକ ତିଲେଇମାଲ ଗ୍ରାମର ଜଣେ ଯୁବକ ନିଜର କୌଣସି କାମ ପାଇଁ ତହସିଲ ଅଫିସକୁ ବାରମ୍ବାର ଆସି ନୟାନ୍ତ ହୋଇଥିବା ଅଭିଯୋଗ ହୋଇଛି । ତେଵେ ବାରମ୍ବାର ତହସିଲ ଅପିସକୁ ଆସିବା ପରେ ବି ସେହି ବ୍ୟକ୍ତି ଜଣଙ୍କର କୌଣସି କାମ ନହେବାରୁ ଆଜି ସେ ହତୋତ୍ସାହିତ ହୋଇ ତହସିଲ ଅଫିସକୁ ପହଞ୍ଚିଥିଲେ। ଏକ ଅଟାେ ସାହାର୍ଯ୍ୟରେ କିଛି ଟାୟାର ଓ ତାଙ୍କ କାଗଜ ପତ୍ର ସହ ପେଟ୍ରୋଲ ଆଣି ତହସିଲ ଅଫିସ ଭିତରକୁ ନେଇ ନିଆ ଲଗାଇଥିବା ଅଭିଯୋଗ ହୋଇଛି । ଫଳରେ ନିଆଁଟି ପର୍ଯ୍ୟୟ କ୍ରମେ ତହସିଲ ଅଫିସ ବ୍ୟାପି ଯାଇଥିଲା । ସଙ୍ଗେ ସଙ୍ଗେ ରେଙ୍ଗାଳି ଅଗ୍ନିସମ ବିଭାଗ ଖବର ପାଇ ତହସିଲ ଅପିସରେ ପହଛି ଦୀର୍ଘ ୧ ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ସେପଟେ ନିଆଁ ଲଗାଇଥିବା ବ୍ୟକ୍ତି ଜଣକକୁ ରେଙ୍ଗାଲି ପୋଲିସ ଅଟକ ରଖିଥିବା ସୂଚନା ମିଲିଛି ।