‘ଦୋଷ କରିଥିଲେ ଫାଶୀ ଦିଅ, ଦେଶ ଆଗ, ପୁଅ ପଛ’: ହବିବୁରଙ୍କ ବାପା

ଗତକାଲି ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଦିଲ୍ଲୀ ବିମାନବନ୍ଦରରୁ ଗିରଫ ହୋଇଛନ୍ତି ହବିବୁର ରେହମାନ । ଯାହାକୁ ନେଇ କେନ୍ଦ୍ରାପଡ଼ା ନିବାସୀ ହବିବୁରଙ୍କ ପିତା ମିର୍ ଅଏନୁର ଉଦ୍ଦିନ୍ କହିଛନ୍ତି, ‘ପୁଅ ଯଦି ଦୋଷ କରିଛି ତେବେ ଫାଶିରେ ଝୁଲାଇ ଦିଅନ୍ତୁ । ଦେଶ ଆଗ, ପୁଅ ପଛ ।’ ପରିବାର ଲୋକଙ୍କ କହିବା ଅନୁସାରେ, ହବିବୁର ଶେଷ ଥର ପାଇଁ ୨୦୦୬ରେ ଘରକୁ ଆସିଥିଲେ । ସେବେଠୁ ହବିବୁର ଘରକୁ ଆସିନଥିବା ବେଳେ ଘର ସହ କୌଣସି ସଂପର୍କ ମଧ୍ୟ ରଖିନଥିଲେ । ପୂର୍ବରୁ ବହୁଥର ହବିବୁରଙ୍କ ପରିବାରକୁ ଏବିଷୟରେ ପଚାରଉଚାର କରାଯାଉଥିଲା । ଖବର ମିଳୁଛି କି, ଏନଆଇଏ ଦ୍ୱାରା ଗିରଫ ହୋଇଥିବା ହବିବୁରକୁ ରିମାଣ୍ଡରେ ନେଇ ତଦନ୍ତ କାର୍ଯ୍ୟ ଆରମ୍ଭ କରିବ । ଫଳରେ ଘଟଣାର ସତ୍ୱତା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

Comments are closed.