ପୁଣି ତାମିଲନାଡୁରେ କଳାହାଣ୍ଡି ଦାଦନ ଶ୍ରମିକର ମୃତ୍ୟୁ, ନିଜ ଭିଟାମାଟିକୁ ଫେରିଲା ଶବ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେନ ଗାଁ ପଞ୍ଚାୟତ ସ୍ଥିତ ବାଲିଗୁଡା ଗାଁର ଦାଦାନ ଶ୍ରମିକ ଘାସେ ମାଝୀ ଆଜକୁ ଦେଢ଼ ବର୍ଷ ହେବ ତାମିଲନାଡୁ ର ଏକ କ୍ରସରରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ମଙ୍ଗଳବାର ଦିନ ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ଏକ ବାଇକରେ ସାଙ୍ଗ ମାନଙ୍କ ସହ ନିକଟସ୍ଥ ଧରପୁରମ ମାର୍କେଟ କୁ ଯାଉଥିବା ସମୟରେ ସାମ୍ନା ପଟୁ ଏକ ମାରୁତି ସୁଜୁକି କାର ଧକ୍କା ଦେଇଥିଲା । ପରେ ସାଥିରେ ଥିବା ଦୁଇ ଜଣ ସାଙ୍ଗ ଓ ସେଠାରେ ଥିବା କିଛି ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି ନିକଟସ୍ଥ କଲିମବେଟର୍ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସନ୍ଧ୍ୟାରେ ଘାସେ ମାଝୀଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଲିଛି ।