Ind vs Eng: ପ୍ରଥମେ ବୋଲିଂ କରୁଛି ଭାରତ, ନଦୀମଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୫ ।୨: କରୋନା କାରଣରୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ପରେ ଦେଶରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଆରମ୍ଭ ହୋଇଛି । ଆଜି ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଫଳରେ ପ୍ରଥମେ ବୋଲିଂ କରୁଛି ଟିମ୍ ଇଣ୍ଡିଆ । ସକାଳ ୯ଟା ୩୦ରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ଭାରତ ଗସ୍ତରେ ଇଂଲଣ୍ଡ ମୋଟ୍ ୪ଟି ମ୍ୟାଚ୍ ଟେଷ୍ଟ ସିରିଜ ଖେଳିବ । କରୋନା କାରଣରୁ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ବିନା ଦର୍ଶକରେ ମ୍ୟାଚ୍ ଆରମ୍ଭ ହୋଇଛିି ।

ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆରୁ ବାଦ୍ ପଡିଛନ୍ତି ଭାରତୀୟ ସ୍ପିନର ଅକ୍ଷର ପଟେଲ । ଆହତ ହେବା କାରଣରୁ ସେ ଟିମରୁ ବାଦ୍ ପଡିଛନ୍ତି । ଅକ୍ଷର ପଟେଲଙ୍କ ସ୍ଥାନରେ ଭାରତୀୟ ଦଳରେ ଶାହବାଦ ନଦୀମ ଓ ରାହୁଲ ଚହରଙ୍କୁ ଯୋଡା ଯାଇଛି । ଗୁରୁବାର ଦିନ ଟିମ୍ ଇଣ୍ଡିଆର ପ୍ରଶିକ୍ଷଣ ସମୟରେ ଅକ୍ଷର ନିଜର ବାମ ଆଣଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ । ବିସିସିଆଇ ମେଡିକାଲ ଟିମ୍ ଦ୍ୱାରା ତାଙ୍କର ଚିକିତ୍ସା ଚାଲିଛି । ବାକି ସିରିଜ ଅକ୍ଷର ଖେଳିବେ କି ନାହିଁ, ତାହା ରିପୋର୍ଟ ଆସିବା ପରେ ଜଣାପଡିବ ।

Comments are closed.