ମହଙ୍ଗା ହୋଇପାରେ ପେଟ୍ରୋଲ! ଜାଣନ୍ତୁ ଏହାର କାରଣ

ମୁମ୍ବାଇ: ଖୁବଶୀଘ୍ର ମହଙ୍ଗା ହୋଇପାରେ ପେଟ୍ରୋଲର ଦର । ଇରାନରେ ହୋଇଥିବା ତେଲ ଟ୍ୟାଙ୍କର ବିସ୍ଫୋରଣ ସହ ଏହାର ସମ୍ବନ୍ଧ ରହିଛି । ତେବେ ଆଜି ସକାଳେ ସାଉଦି ଆରବ ଉପକୂଳ ଦେଇ ଇରାନର ସିନୋପା ନାମକ ତେଲ ଟ୍ୟାଙ୍କର ନିଆଁ ଲାଗିବାରୁ ତାହା କ୍ଷତିଗ୍ରସ୍ତ ହୋଇଛି । ଦୁଇଟି କ୍ଷେପଣାସ୍ତ୍ର ଆସି ଟ୍ୟାଙ୍କରରେ ମାଡ ହେବାରୁ ଏପରି ବିସ୍ଫୋରଣ ଘଟିଛି । ସେହି ତେଲ ଜାହାଜଟି ଇରାନର ତେଲ କମ୍ପାନୀ ଏନଓଆଇସିର ବୋଲି ଜଣାପଡିଛି ।

ଏହି ବିସ୍ଫୋରଣର ଖବର ମିଳିବା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ତେଲର ଦର ବଢିବାରେ ଲାଗିଛି । ବ୍ରେଣ୍ଟ କ୍ରୁଡ ଦାବି କରିଛି କି, ତେଲ ବୈରଲ ପ୍ରତି ୫୮ ଡଲାର ଥିବା ବେଳେ ଏବେ ଏହା ୬୦ ଡଲାରକୁ ବୃଦ୍ଧି ପାଇଛି । ତେବେ ଏହାର ପ୍ରଭାବ ଭାରତ ସମେତ ବହୁ ଦେଶରେ ପଡିବ ବୋଲି ଆଶଙ୍କା କରାଯାଉଛି । ଆଗାମୀ ଦିନରେ ତେଲ ଦର ୨ ଟଙ୍କା ବଢିପାରେ ବୋଲି ଅନୁମାନ କରାଯାଉଛି ।

Comments are closed.