କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଘରେ ଚୋରୀ: ଚାକର ଗିରଫ, କାଗଜପତ୍ର ଲିକ୍ କରୁଥିବା ସନ୍ଦେହ

ନୂଆଦିଲ୍ଲୀ : କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ମୁମ୍ବାଇ ସ୍ଥିତବାସଭବନରେ ଚୋରୀ ହୋଇଛି । ଏହି ଘଟଣାରେ ସେଠାରେ କାମ କରୁଥିବା ଜଣେ ଚାକରକୁ ଦିଲ୍ଲୀରେ ଗିରଫ କରିଛି ପୋଲିସ । ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଚୋରୀ ହୋଇଥିବାର ଅଭିଯୋଗ ହୋଇଥିଲା । ଏହା ସହ ପୀୟୂଷଙ୍କ ଘରୁ ଚୋରୀ କରିଥିବା ବହୁ ଆସବାପତ୍ର ମଧ୍ୟ ଚୋର ନିକଟରୁ ମିଳିଛି ।

ତେବେ ଚୋର ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜବତ କରିଛି ପୋଲିସ । ଚୋର ପାଖରୁ ଜବତ ହୋଇଥିବା ମୋବାଇଲରୁ ବହୁ ଫାଇଲ୍ ଜବତ ହୋଇଛି, ଯାହାକି ରେଲୱେ ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୋଲି ଜଣାପଡିଛି । ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଚୋରଟି ଇମେଲ ଦ୍ୱାରା ବହୁ ଲୋକଙ୍କୁ ପଠାଇଥିବା ମଧ୍ୟ ଜଣାପଡିଛି ।

ଚୋରଟି ବହୁ ଆଗରୁ ଚୋରୀ କରୁଥିଲେ ବି ପୀୟୂଷଙ୍କ ପରିବାର ଲୋକ ଏବିଷୟରେ ଅଜଣା ଥିଲେ । ଗତ ସପ୍ତାହରେ ଘରୁ କିଛି ଚାନ୍ଦି ଓ ପିତଳର ସାମଗ୍ରୀ ଚୋରୀ ହୋବରୁ ଘଟଣା ସାମନାକୁ ଆସିଲା । ଚୋରଟିର ନାମ ବିଷ୍ଣୁ କୁମାର ବିଶ୍ୱକର୍ମା ହୋଇଥିବା ବେଳେ ସେ ମାତ୍ର ୨୮ ବୟସର ବୋଲି ଜଣାପଡିଛି ।

Comments are closed.