ଗ୍ୟାଷ୍ଟ୍ରିକ୍‌ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଗ୍ୟାଷ୍ଟ୍ରିକ୍  ସମସ୍ୟାକୁ ନେଇ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ । ଗ୍ୟାଷ୍ଟ୍ରିକ୍‌ରୁ ପେଟ ଫୁଲିବା, ଛାତି ଜଳିବା, ଶରୀର କିମ୍ବା ପେଟ ଓଜନିଆ ଭଳି ସମସ୍ୟା ଦେଖାଯାଏ । ଏହା ଦ୍ଵାରା ଆମକୁ ସମସ୍ତଙ୍କ ସମ୍ମୁଖରେ ଲଜ୍ଜିତ ହେବାକୁ ପଡେ । ଯଦି ଆପଣବି ଗ୍ୟାଷ୍ଟ୍ରିକରେ ପୀଡିତ ଅଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର ଓ ଦୂର କରନ୍ତୁ ସମସ୍ୟା ।

ଜିରା ପାଣି – ଏକ ଚାମଚ ଜିରାକୁ ଦୁଇ କପ୍‌ ପାଣିରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ରଖନ୍ତୁ । ପାଣିକୁ ଥଣ୍ଡା କରି ମିଲ୍‌ ଖାଇବା ପରେ ପିଅନ୍ତୁ । ଏହି ପାଣି ପ୍ରତିଦିନ ପିଇଲେ ହଜମ ଶକ୍ତି ବୃଦ୍ଧିପାଏ ।

ହେଙ୍ଗୁ –  ଏକ କପ୍‌ ଉଷୁମ ପାଣିରେ ଅଧ ଚାମଚ ହେଙ୍ଗୁ ମିଶାଇ ପ୍ରତିଦିନ ପଇବା ଅଭ୍ୟାସ କରନ୍ତୁ । ହେଙ୍ଗୁ ଗ୍ୟାସ୍‌କୁ ଅଧିକ ବଢ଼ିବାକୁ ଦିଏ ନାହିଁ । ଏହା ଶରୀରର ବାତ ଦୋଷକୁ ନିୟନ୍ତ୍ରଣ କରେ ।

ଅଦା – ଏକ ଚାମଚ ଅଦା ଛେଚା କିମ୍ବା କୋରା ଯାଇଥିବା ଅଦା ସହ ଏକ ଚାମଚ ଲେମ୍ବୁ ରସକୁ ପ୍ରତିଦିନ ମିଲ୍‌ ଖାଇବା ପରେ ପିଇଲେ ଗ୍ୟାସ ସମସ୍ୟା ରୁହେ ନାହିଁ ।

ତ୍ରିଫଳା –  ଅଧ ଚାମଚ ତ୍ରିଫଳା ଯଥା -ହରିଡ଼ା, ବାହାଡ଼ା ଓ ଅଅଁଳା ଚୂର୍ଣ୍ଣକୁ ଏକ କପ୍‌ ଗରମ ପାଣିରେ ଗୋଳାଇ ରାତିରେ ଶୋଇବା ପୂର୍ବରୁ ପିଇପାରିବେ, ପରନ୍ତୁ ଅଧିକ ମାତ୍ରାର ତ୍ରିଫଳା ଶରୀର ପାଇଁ କ୍ଷତି କାରକ । କାରଣ ଏଥିରେ ଅଧିକ ଫାଇବର ରହିଛି ଯାହା ପେଟ ଫୁଲାଇବା ସମସ୍ୟା କରାଏ ।

ଜୁଆଣୀ – ଅଧଚାମଚ ଜୁଆଣୀକୁ ଏକ କପ୍‌ ପାଣିରେ ଭିଜାଇ ପ୍ରତିଦିନ ଥରେ ପିଇପାରିବେ। ଜୁଆଣୀରେ ଥିବା ଥାଇମଲ ହଜମ ଶକ୍ତି ବଢ଼ାଏ ।

Comments are closed.