ପରଦାକୁ ଆସିଲା Happy Phirr Bhag Jayegi ର ଟ୍ରେଲର

ବଲିଉଡ ଜଗତରେ ଖୁବଶୀଘ୍ର ମୁକ୍ତି ଲାଭ କରିବାକୁ ଯାଉଛି ‘Happy Phirr Bhag Jayegi’ ସିନେମା । ଯାହାର ଟ୍ରେଲର ଆଜି ୟୁଟ୍ୟୁବରେ ମୁକ୍ତି ଲାଭ କରିଛି । ପୂର୍ବରୂ ଦେଖିଥିବା ‘Happy Bhag Jayegi’ ର ଏହା ହେଉଛି ସେକେଣ୍ଡ ଭରସନ୍, ଯେଉଁଥିରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିଂହ ହାପି ଚରିତ୍ରରେ ନଜର ଆସିଛନ୍ତି । ଏହା ସହିତ ସହ-କଳାକାରରେ ନଜର ଆସିବେ ଜଶି ଗିଲ, ଦିଆନା ପେଣ୍ଟି ଓ ଜିମି । ମୁଦାସର୍ ଅଜିଜଙ୍କ ନିର୍ଦ୍ଦେଶିତ ଏହି ସିନେମାର ସହ-ପ୍ରଯୋଜନା କରିଛନ୍ତି ଆନନ୍ଦ ରାଇ ଓ କିଶିକା ଲୁଲା । ଆସନ୍ତା ଅଗଷ୍ଟ ୨୪ରେ ମୁକ୍ତି ଲାଭ କରିବାକୁ ଯାଉଥିବା ଏହି ସିନେମାଟି ଖୁବ୍ ମଜେଦାର ବୋଲି ଟ୍ରେଲରରୁ ଜଣାପଡୁଛିି ।

Comments are closed.