ତୁମ୍ ଜିଓ ହଜାରୋ ଶାଲ୍ : ମହେଶ ବାବୁ

ଟଲିଉଡ୍ ଜଗତରେ ଚହଳ ପକାଇଥିବା ସୁପରଷ୍ଟାର ଅଭୀନେତା ମହେଶ ବାବୁଙ୍କର ଆଜି ୪୩ତମ ଜନ୍ମ ଦିବସ । ଏହି ଅବସରରେ ମହେଶଙ୍କ ଆଗାମୀ ସିନେମା ‘ମହର୍ଷି’ର ଟିଜର ମୁକ୍ତିଲାଭ କରିଛି । ୧୯୭୫ ମସିହାରେ ଜନ୍ମ ଗ୍ରହଣ କରିଥିବା ମହେଶ ମାତ୍ର ୪ ବର୍ଷ ବୟସରୁ ହିଁ ଟଲିଉଡରେ ପାଦ ଥାପିଥିଲେ । ନିଜ କ୍ୟାରିୟରରେ ସଫଳତା ପାଇବା ପାଇଁ ସେ କେତେଯେ କଷ୍ଟ ନକରିଛନ୍ତି, ତାହାର କଳ୍ପନା କରିହେବ ନାହିଁ । ବାପାଙ୍କ କଥାକୁ ମାନି ୧୯୯୦ ମସିହାଠାରୁ ପ୍ରାୟ ୯ ବର୍ଷ ଧରି ଅଭିନୟରୁ ଦୂରେଇ ଯାଇଥିଲେ ମହେଶ । ପରେ ୧୯୯୯ ମସିହାରେ ପ୍ରିତି ଜିଣ୍ଟାଙ୍କ ସହିତ ଅଭିନୟ କରିଥିବା ପ୍ରଥମ ସିନେମାରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିଲେ ମହେଶ, ଯେଉଁଥିରେ ତାଙ୍କୁ ନନ୍ଦି ଆୱାର୍ଡ୍ ମିଳିଥିଲା ।

ଏହା ପରେ ଆସ୍ତେ ଆସ୍ତ ମହେଶ ବନିଥିଲେ ଟଲିଉଡର ପ୍ରିନ୍ସ୍ ଆଉ ପାଇଥିଲେ ୬ଟି ନନ୍ଦି ଆୱାର୍ଡ୍ । ଆଉ ୨୦୦୬ରେ ନିଜ ସହ ଅଭିନେତ୍ରୀ ନମ୍ରଥାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଟଲିଉଡ ଇଣ୍ଡଷ୍ଟିରେ ରଜନିକାନ୍ତଙ୍କ ପରେ ଅଧିକ ଟଙ୍କା ନେଇ ଅଭିନୟ କରୁଥିବା କଳାକାର ଭିତରେ ମହେଶ ହୋଇଛନ୍ତି ଦ୍ୱିତୀୟ । ତେବେ ଜନ୍ମ ଦିନରେ ସମସ୍ତ ହଲିଉଡ, ବଲିଉଡ, ଟଲିଉଡ ଜଗତ ଓ ହଜାର ହଜାର ଭାରତୀୟ ମହେଶଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଅଭିନନ୍ଦନ ଜଣାଉଛନ୍ତି ।

Comments are closed.