କାଲି ବେହୋସ୍, ଆଜି ପଜିଟିଭ୍ ହେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ,୧୫ ।୨: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କରୋନା ପଜିଟିଭ୍ ହୋଇଛନ୍ତି । ଗତକାଲି ବରୋଦା ନିର୍ବାଚନୀ ସଭା ମଞ୍ଚରେ ବେହୋସ୍ ହୋଇ ତଳେ ପଡିଯାଇଥିଲେ ବିଜୟ । ଏହା ପରେ ତାଙ୍କୁ ତୁରନ୍ତ ଅହମଦାବାଦର ୟୁ.ଏନ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚକିତ୍ସା କରାଯିବା ସହ କୋଭିଡ ଟେଷ୍ଟ ମଧ୍ୟ ହୋଇଥିଲା। ତେବେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏବେ ବିଜୟଙ୍କ ସ୍ୱାସ୍ଥ ଅବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି ।

ତେବେ ରବିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭଦୋଦରାର ନିଜାମପୁରରେ ନଗରପାଳିକା ନିର୍ବଚନ ପ୍ରଚାର ପାଇଁ ପହଞ୍ଚିଥିଲେ। ସେଠାରେ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଥିଲେ। ସେଠାରେ ଉପସ୍ଥିତ ଥିବା ତାଙ୍କ ସୁରକ୍ଷାକର୍ମୀ ଏବଂ କିଛି ନେତାମାନେ ତାଙ୍କୁ କାବୁ କରିଥିଲେ। ପରେ ମଞ୍ଚ ଉପରେ ଡାକ୍ତର ଅସି ତାଙ୍କ ଚିକିତ୍ସା କରିଥିଲେ। ଏହାପରେ ତାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା। ଡାକ୍ତର ଆରକେ ପଟେଲ କହିଛନ୍ତି ଯେ, ବିଜୟ ଭାଇ ବିନା ସାହାର୍ଯ୍ୟରେ ମେଡିକାଲରେ ବୁଲୁଛନ୍ତି । ତାଙ୍କ ରିପୋର୍ଟ ଯଥା ଇସିଜି ଟିକା, ସିଟି ସ୍କାନ୍, ଅକ୍ସିଜେନ୍ ସ୍ତର ସାମାନ୍ୟ ରହିଛି ।’

Comments are closed.