ରେଡାଖୋଲ ନିର୍ବାଚନ ମଣ୍ଡଳିର ପୁର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ

ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାଶ : ରେଡାଖୋଲ ନିର୍ବାଚନ ମଣ୍ଡଳିର ପୁର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ପରଲୋକ ହୋଇଯାଇଛି । ପୁର୍ବତନ ବିଧାୟକ ଅଭିମନ୍ୟୁ କୁମାର ସମ୍ବଲପୁର ଜିଲ୍ଲାର କଂଗ୍ରେସ ଦଳର ଜଣେ ଟାଣୁଆ ରାଜନେତା ଥିଲେ ।ଏହା ସହ ରେଡାଖୋଲ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଡି ୫ ଥର ବିଧାୟକ ଭାବେ ନିର୍ବାଚନ ହୋଇଥିଲେ । ଶ୍ରୀ କୁମାର ବହୁ ଦିନ ଧରି ଅସୁସ୍ଥ ଥିବା ବେଲେ ଆଜି ତାଙ୍କ ସମ୍ବଲପୁର ଭତରା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୄତ୍ୟୁ ବେଲକୁ ଶ୍ରୀ କୁମାରଙ୍କୁ ୯୮ ବର୍ଷ ହୋଇଥିଲା । ପୁର୍ବତନ ବିଧାୟକ ଅଭିମନ୍ୟୁ କୁମାର ତାଙ୍କ ବିଧାୟକ ଥିବା ସମୟରେ ରେଡାଖୋଲ ନିର୍ବାଚନ ମଣ୍ଡଳୀ ପାଇ ବହୁ ଉନ୍ନୟନ କାଯ୍ୟ କରିଯାଇଛନ୍ତି । ଏହା ସହ ସମ୍ବଲପୁର ଭତରା ଠାରେ ନିଜ ଉଦ୍ୟମରେ ମହାତ୍ମା ଗାନ୍ଧିଙ୍କ ମନ୍ଦିର ପ୍ରତିଷ୍ଠା କରିଯାଇଛନ୍ତି ।

Comments are closed.