ଇରଫାନ ପଠାଣ କରୋନା ପଜିଟିଭ୍

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କରୋନା ସଂକ୍ରମିତ ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଇରଫାନ୍ ପଠାଣ । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । କିନ୍ତୁ ଟେଷ୍ଟରେ ପଜିଟିଭ୍ ଆସିଛି । ସେ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ସହ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଇବା ଲାଗି ସେ ଅନୁରୋଧ କରିଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି ସେ ନିବେଦନ କରିଛନ୍ତି ।

ତେବେ ଏହା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ବଦ୍ରିନାଥ ରବିବାର କରୋନା ସଂକ୍ରମିତ ହୋଇଥିଲେ । ସେ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ଏହା ପୂର୍ବରୁ ଶନିବାର ସଚିନ ତେନ୍ଦୁଲକର ଓ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ୟୁସୁଫ୍ ପଠାଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

Comments are closed.