ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା

ଖଲ୍ଲିକୋଟ, ୨୦ା୧ : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିମାଡ଼ କରାଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କର ମୃତ୍ୟୁ ଘଟିଛି । ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।

ତେବେ ବେଗୁନିଆପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ଛକରେ ଚା’ ପିଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିମାଡ଼ କରିଥିଲେ । ପୂର୍ବ ଶତ୍ରୁତାକୁ ନେଇ ୨୦ରାଉଣ୍ଡ ଗୁଳି ମାରିଥିଲେ ଦୁର୍ବୃତ୍ତ । କାରରେ ଆସି ୩ରୁ ୪ ଜଣ ଦୁର୍ବୃତ୍ତ ଗୁଳିମାଡ କରିଥିଲେ । ଦେବରାଜଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପହଞ୍ଚି କୋଦଳା ପୋଲିସ ତନାଘନା ଜାରିରଖିଛି ।

Comments are closed.