କରଞ୍ଜିଆ ଠାରେ ଅଗ୍ନିସମ ବିଭାଗ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ପାଳିତ

ମୟୁରଭଞ୍ଜ, ଦୀନେଶ କୁମାର ଏବଂ ବିଶ୍ୱଜିତ୍ ମହାନ୍ତି : ସର୍ବ ଭାରତୀୟ ସ୍ତରରେ ଏପ୍ରିଲ ୧୪ ତାରିଖ ଠାରୁ ଏକ ସପ୍ତାହ ବ୍ୟାପି ଦେଶରେ ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଥିବା ବେଳେ ଓଡିଶା ରେ ଏହାକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଇଥାଏ। ସେହି ଅନୂଆସାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଗଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଏହା ପାଳିତ ହୋଇଛି। ମାତ୍ର ଚଳିତ ବର୍ଷ କୋଭିଡ କଟକଣା ହେତୁ କୌଣସି କାର୍ଯ୍ୟକ୍ରମ ନରଖି ଏହାକୁ ନିରାଡମ୍ବର ଭାବରେ ଆରମ୍ଭ କରାଯାଇଛି। ସକାଳ 8ଟା ସମୟରେ ଅଗଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଦମକଳ ଗାଡ଼ିରେ ଏକ ସୋଭାଯାତ୍ରା କରି ଡାକବାଜି ଯନ୍ତ୍ର ସାହାଯ୍ୟ ରେ ଜନସାଧାରଣ ଙ୍କ ଅବଗତି ପାଇଁ ଏକ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।ବେଳେ ବେଳେ ଲୋକଙ୍କ ଅଜାଣତରେ ବା ଜାଣିଜାଣି କିଛି ଏମିତି ଭୁଲ ହୋଇଥାଏ ଯାହାକି ପରକ୍ଷଣରେ ଅଗ୍ନିକାଣ୍ଡର ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଉଠେ । ଯାହା ଧନ ଜୀବନ ନଷ୍ଟ ହେବାର କାରଣ ହୋଇଥାଏ । ତେବେ ଏହିପରି କୌଣସି ଭୁଲ ନ କରିବାକୁ ବା ପ୍ରଶ୍ରୟ ନଦେବା ପାଇଁ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ଉକ୍ତ ସୋଭାଯାତ୍ରା ଅଗଗ୍ନିଶମ କାର୍ଯାଳୟ ଠାରୁ ବାହାରି କରଞ୍ଜିଆ ସହର ଏବଂ ଆଖପାଖ ଅଞ୍ଚଳକୁ ପରିକ୍ରମା କରାଯାଇଛି ।

Comments are closed.