ରାତି ଅଧରେ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ନିଆଁ

ଭୁବନେଶ୍ୱର- ରାଜଧାନୀର ଅନନ୍ତ ବାସୁଦେବ ମନ୍ଦିର ରୋଷେଇ ଘରେ ଲାଗିଲା ନିଆଁ । ଏଥିରେ ୧୬ବଖରା ଘର ସମ୍ପୂର୍ଣ ରୂପେ ଜଳି ଯାଇଛି । ରାତି ପ୍ରାୟ ସାଢେ ୩ଟା ବେଳେ ରୋଷେଇ ଘରେ କୈାଣସି କାରଣରୁ ନିଆଁ ଲାଗିଥିଲା । ଫଳରେ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ବ୍ୟାପି ଯାଇଥିଲା । ଘରଗୁଡିକ ଚାଳ ଛପରରେ ତିଆରି ହୋଇଥିବରୁ ନିଆଁ ଶୀଘ୍ର ଲାଗିଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୨ଘଣ୍ଟା ସମୟ ଲାଗିିଥିଲା ନିଆଁକୁ ଆୟତ୍ତ କରିବାକୁ । ନିଆଁ କେଉଁ କାରଣରୁ ଲାଗିଲା ତାହାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Comments are closed.