ନାବାଳିକାକୁ ପୋଡି ମାରିଦେବା ପାଇଁ ବାପା କରୁଥିଲା ଉଦ୍ୟମ

ବଲାଙ୍ଗିର, ସୁଜାତା ମିଶ୍ର : ବେଳପଡା ଥାନା ଡେବ୍ରିପାଲି ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ଜଣେ ନାବାଳିକାକୁ କିରୋସିନୀ ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ନାବାଲିକାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ନାବାଳିକାର ମାମୁଘର ଲୋକେ ତାର ବାପା ଅରକ୍ଷିତ ନାଗହିଁ ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଛନ୍ତି । ଅରକ୍ଷିତ ଦୁଇଟି ସ୍ତ୍ରୀ ବାହା ହୋଇଥିବା ବେଲେ, ନାବାଳିକା ଜଣଙ୍କ ହେଉଛି ପ୍ରଥମ ସ୍ତ୍ରୀର ଝିଅ । ତେବେ ଝିଅ ଛୋଟ ସମୟରୁ ମାମୁ ଘରେ ରହୁଥିଲା । ଗତ କିଛି ମାସ ହେଲା ଗାଁରେ ବଇଠକ ହେବା ପରେ ନାବାଳିକାଟି ବାପା ପାଖକୁ ଆସିଥିଲା । କିନ୍ତୁ ବାପା ଝିଅକୁ ଘରେ ରଖିବାକୁ ଚାହୁଁନଥିଲା । ତେଣୁ ତାର ବାପା ହିଁ ନିଜ ଝିଅକୁ ହତ୍ୟା ଉଦ୍ୟମ କରିଥିବା ମାମୁ ଘର ଲୋକେ ଅଭିଯୋଗ କରିଛନ୍ତି ।