ରାଜ୍ୟରେ କମିଲା ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୦ ।୨: ବିଧାନସଭାରେ ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଜି ପ୍ରକାଶ ପାଇଛି । ଗତବର୍ଷ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବା ରିପୋର୍ଟରେ ରହିଛି । ୨୦୧୧-୧୨ରେ ରାଜ୍ୟର ମୁଣ୍ଡପିଛା ଆୟ ୪୮,୪୯୯ ଟଙ୍କା ଥିଲା । ୨୦୧୯-୨୦ରେ ମୁଣ୍ଡିପଛା ଆୟ ବଢି ୧,୦୪,୫୬୬ରେ ପହଞ୍ଚିଥିଲା । କିନ୍ତୁ ଚଳିତ ବର୍ଷ ମୁଣ୍ଡପିଚା ଆୟ ହ୍ରାସ ପାଇ ୧,୦୨,୧୫୬ ଟଙ୍କା ହୋଇଛି । ଗତବର୍ଷ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ ୨୪୧୦ ଟଙ୍କା ହ୍ରାସ ପାଇଛି । ଗତବର୍ଷ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ ୨.୩% ହ୍ରାସ ପାଇଛି । ରାଜ୍ୟ ଅର୍ଥନୀତିରେ କୋଭିଡ ମହାମାରୀର ପ୍ରଭାବ ପହିବାରୁ ଅଭିବୃଦ୍ଧି ହାରରେ ପ୍ରଭାବ ପଡିଛି ।

୨୦୨୧-୨୧ରେ ଡିଜିପି ଅଭିବୃଦ୍ଧି ମାଇନସ୍ ୪.୯୨% ଆକଳନ କରାଯାଇଛି । ଜାତୀୟ ଅଭିବୃଦ୍ଧି ମାଇନସ ୭.୭% ହେବା ନେଇ ଆକଳନ କରାଯାଇଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨.୩୦% କମିବା ଆକଳନ କରାଯାଇଛି । ଗତବର୍ଷ ତୁଳନାରେ ଜାତୀୟ ମୁଣ୍ଡପିଛା ଆୟ ହାରାହାରି ୫.୪୧% ରହିବ ।

Comments are closed.