ସ୍ବାସ୍ଥ୍ଯ ସାର୍ଟିଫିକେଟରେ ଦସ୍ତଖତ ପାଇଁ ଲାଞ୍ଚ ମାଗୁଥିବା ନେଇ ଅଭିଯୋଗ, ଭିଡିଓ ଭାଇରାଲ

କଳାହାଣ୍ଡି, ଲବଣୀ ରାଉତ : ସ୍ବାସ୍ଥ୍ୟ ସାର୍ଟିଫିକେଟ୍ ରେ ଡାକ୍ତର ବାବୁଙ୍କ ଦସ୍ତଖତ ର ଦାମ୍ ୨୦୦ ଟଙ୍କା । ତାହା ପୁଣି ଫିକ୍ସ୍ ରେଟ୍ । ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଖୁଲମ୍ ଖୁଲା ଟଙ୍କା ଆଦାୟ କରୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଏ ଭାଇରାଲ୍ ଭିଡିଓ ଟି ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ଚାରବାହାଲ ସ୍ଥିତ ନୂତନ ସ୍ବାସ୍ଥ୍ୟକେନ୍ଦ୍ରର l ସୂଚାନୁସାରେ ଆର୍.ଟି.ଓ ଅଫିସରେ ଟ୍ରାନ୍ସପୋର୍ଟ୍ ଲାଇସେନ୍ସ୍ ପାଇଁ ସ୍ବାସ୍ଥ୍ୟ ସାର୍ଟିଫିକେଟ୍ ଆବଶ୍ଯକ ଥିବାବେଳେ ମୋତିଆଲଗୁଡାର ଭୁପେନ୍ଦ୍ର ଛତ୍ରିଆ ସ୍ଥାନୀୟ ସ୍ବାସ୍ଥ୍ଯ କେନ୍ଦ୍ରକୁ ଯାଇଥିଲେ l ସେଠାରେ ଥିବା ଡାକ୍ତର ବାବୁ ଜଣକ ସାର୍ଟିପିକେଟ୍ ରେ ନିଜର ଦସ୍ତଖତ ପାଇଁ ୨୦୦ ଟଙ୍କା ମାଗିବା ସହ ରେଟ୍ ଫିକ୍ସ ବୋଲି କହୁଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି l କେବଳ ସେଥିକି ନୁହେଁ ଲକ୍ଷ୍ମୀଧର ନାମକ ଏକ ବ୍ୟକ୍ତିଙ୍କ ଠାରୁ ୨ ଗୋଟି ଦସ୍ତଖତ ପାଇଁ ୪ ଶହ ଟଙ୍କା ଏବଂ ଅନ୍ୟ ଜଣଙ୍କ ସାର୍ଟିଫିକେଟ୍ ଏଫିଡେଭିଟ୍ ପାଇଁ ୮ ଗୋଟି ଦସ୍ତଖତ ପାଇଁ ୧୬ ଶହ ଟଙ୍କା ନେଇଥିବା ଭାଇରାଲ୍ ଭିଡିଓ ରେ ଦାବି ହେଉଛି l

Comments are closed.