ଜଗନ୍ନାଥଙ୍କ ନାମ ନେଇ ବିବାଦରେ ‘Veere Di Wedding’ ଚଳଚ୍ଚିତ୍ର

ଜଗତର ନାଥ ଜଗନ୍ନାଥ, ତାଙ୍କୁ କିଏ ବା ନ ମାନେ । ଓଡିଶା ବା ଓଡିଶା ବାହାର ଲୋକମାନଙ୍କ ମନରେ ଜଗନ୍ନାଥଙ୍କୁ ନେଇ ବହୁତ ସମ୍ମାନ ରହିଥାଏ । ପରନ୍ତୁ ନିକଟରେ ମୁକ୍ତି ଲାଭ କରିଥିବା ବଲିଉଡ୍ ଚଳଚ୍ଚିତ୍ର Veere Di Wedding ଜଗନ୍ନାଥଙ୍କ ନାମକୁ ନେଇ ଅସମ୍ମାନ କରାଯାଇଛି । ଝିଅମାନଙ୍କ ବ୍ୟକ୍ତିଗତ ଜିବନକୁ ନେଇ ଗଠିତ ହୋଇଥିବା ଏହି ସିନେମାରେ ବହୁତ କିଛି ଖରାପ କଥା କୁହାଯାଇଥିବାବେଳେ ଜଗନ୍ନାଥଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ କୁହାଯାଇଛି କି ‘ଆପନା ହାତ୍ ତୋ ଜଗନ୍ନାଥ ହେ’ । ଯାହାର ନକାରାତ୍ମକ ଭାବନା ଦର୍ଶକଙ୍କ ମନରେ ସୃଷ୍ଟି ହୋଇଛି । ଓଲିଉଡ୍ ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ ଏନେଇ ଆପତ୍ତି କରିଛନ୍ତି ।

Comments are closed.