ମହଙ୍ଗା ଭତ୍ତାରେ ୫% ବୃଦ୍ଧି କଲେ ମୋଦୀ ସରକାର

ନୂଆଦିଲ୍ଲୀ,୯ ।୧୦: ଦିପାବଳୀ ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ ଉପହାର ଆଣିଦେଇଛନ୍ତି ମୋଦୀ ସରକାର । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୫ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମହଙ୍ଗା ଭତ୍ତାରେ ୧୨%ରୁ ୧୭%କୁ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ପେନସନଭୋଗୀ ମାନେ ବି ଏହି ସୁବିଧାର ଲାଭ ଉଠାଇପାରିବେ ।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ଯେ, ସରକାରଙ୍କ ଏହି ନିଷ୍ପତ୍ତିରେ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବା ସହ ପ୍ରାୟ ୬୫ ପେନସନଭୋଗୀ କର୍ମଚାରୀମାନେ ବି ଉପକୃତ ହେବେ । ଏନେଇ ସରକାରୀ ବଜେଟରୁ ଅତିରିକ୍ତ ୧୬ ହଜାର କୋଟି ଟଙ୍କା ବୋଝ ପଡିବ ।

Comments are closed.