କରୋନାରେ ଆକ୍ରାନ୍ତ ହେବାରୁ ଆତ୍ମହତ୍ୟା କଲେ ଦମ୍ପତ୍ତି

ନୟାଗଡ, ଚିରଞ୍ଜିବି ଦାଶ : କରୋନାରେ ଆକ୍ରାନ୍ତ ହେବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଦମ୍ପତି l ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବେଗୁନିଆ ପାଟଣା ଗାଁରେ l ସୂଚନା ଅନୁସାରେ ଏହି ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ପତ୍ନୀ ଜ୍ୟୋସ୍ନା ପାତ୍ର 4 ଦିନ ତଳେ କରୋନାରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ l ସେବେଠାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୃହ ସଂଗରୋଧରେ ଥିଲେ l ଏପରିକି ତାଙ୍କର ଏକମାତ୍ର ପୁଅ ଡମ୍ବରୁ ପାତ୍ର ମଧ୍ୟ କରୋନା ରେ ଆକ୍ରାନ୍ତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l ଏକାଥରେ ପରିବାରର ସମସ୍ତଙ୍କୁ କରୋନା ହୋଇଥିବାରୁ ମାନସିକ ଆଘାତ ପାଇ ଚିନ୍ତାରେ ଥିଲେ ଦମ୍ପତି l ତେବେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ମାନେ ସନ୍ଦେହ କରୁଛନ୍ତି l ଏହି ଘଟଣା କୁ ନେଇ ସାରା ଅଞ୍ଚଳ ରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ଦର୍ପନାରାୟଣ ପୁର ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ନିଜ ଆଡୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Comments are closed.