କୁନି ଝିଅକୁ କରୋନା, ଚିକିତ୍ସା ପାଇଁ ହଟହଟା ହେଉଥିବା ବେଳେ ପଦକ୍ଷେପ ନେଲେ ଜିଲ୍ଲାପାଳ

ବଲାଙ୍ଗୀର, ସୁଜାତା ମିଶ୍ର : କାହାକୁ ଛାଡୁନି କରୋନା । ପିଲାଟୁ ବୁଢା ସମସ୍ତେ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଗତ ୧୯ ତାରିଖ ଦିନ ବଲାଙ୍ଗିର ସହର ଜଗନ୍ନାଥ ପଡାର ଜଣେ ପାଂଚ ମାସର ଶିଶୁକନ୍ୟା କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତିନିଦିନ ହେଲା ଝିଅର ଜ୍ୱର ଛାଡୁନଥିଲା । ତେଣୁ ଝିଅକୁ ଚିକିତ୍ସା ପାଇଁ ବାରମ୍ବାର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆସି ହଇରାଣ ହରକତ ହେଉଥିଲେ ସଂର୍ପକୀୟ ମାନେ । ଏ ୱାର୍ଡରୁ ସେ ୱାର୍ଡକୁ କେବଳ ରେଫର କରୁଥିଲେ କିନ୍ତୁ କେହି ଚିକିତ୍ସା କରୁନଥିଲେ କୁନି ଝିଅର । ତେବେ ଗତକାଲି ଆଜି ପୁଣିଥରେ ଝିଅକୁ ଧରି ହସପିଟାଲକୁ ଆସିଥିବା ବେଲେ ଏଠାରେ କରୋନା ଆକ୍ରାନ୍ତ ଛୋଟ ଛୁଆଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ କହି ବୁର୍ଲାକୁ ରେଫର କରୁଥିଲେ ଡାକ୍ତର । କିନ୍ତୁ ଏତିକି ସମୟରେ ସରପ୍ରାଇଜ ଭିଜିଟରେ ପହଚିଂଥିଲେ ଜିଲ୍ଲାପାଳ ଚଂଚଳ ରାଣା । ଆକ୍ରାନ୍ତ ଝିଅଙ୍କ କାକା(ଦାଦା) ସିଧାସଲଖ ଜିଲ୍ଲାପାଳଙ୍କ ନିକଟରେ ଝିଅର ଚିକିତ୍ସା ପାଇଁ ଅନୂରୋଧ କରିଥିଲେ । ତାପରେ ଜିଲ୍ଲାପାଳ ମେଡିକାଲ କତୃପକ୍ଷଙ୍କୁ ବଲାଙ୍ଗିର ଏସ.ଏନ.ସି.ୟୁରେ ଝିଅର ଚିକିତ୍ସା କରେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଦରକାର ହେଲେ କଟକ ଶିଶୁଭବନ ପଠାଯାଇ କୁନି ଝିଅର ଉତ୍ତମ ଚିକିତ୍ସା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।

Comments are closed.