ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

କଳାହାଣ୍ଡି, ଲବଣୀ ରାଉତ : କରୋନା ମହାମାରୀରେ ସାରା ଦେଶ ଜର୍ଜରିତ ତଥା ପ୍ରଭାବିତ ହୋଇଥିବା ବେଳେ ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଛି l ବର୍ତମାନ ପେଟ୍ରୋଲ ଏବଂ ଡିଜେଲ 100ଟଙ୍କା ପାଖା ପାଖି ଅଛି I ଏହି ରେଟ କମ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ କଂଗ୍ରେସ ତରଫରୁ ଏକ ନିଆରା ଢଙ୍ଗରେ କ୍ରିକେଟ ବେଟ, ହେଲମେଟ ନେଇ ପେଟ୍ରୋଲ ପମ୍ପ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l 2014 ମସିହାରେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଅଧିକ ଥିବା ସମୟରେ ତତ୍କାଳୀନ କଂଗ୍ରେସ ସରକାର କମ ରେଟରେ ଜନସାଧାରଣଙ୍କୁ ତେଲ ଦେଉଥିଲେ I  ହେଲେ ବର୍ତମାନ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର କମ ଥିବା ସମୟରେ 50ଟଙ୍କାରୁ ଉର୍ଦ୍ଧ ଟଙ୍କା VAT ମାଧ୍ୟମରେ ଜନତାଙ୍କ ଠାରୁ ଆଦାୟ କରାଯାଉଛି I ଯଦି ଦର ବୃଦ୍ଧି କମ ନକରାଯିବ ତାହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି I

Comments are closed.