ପ୍ରଥମଥର ପାଇଁ ସାଇବର ଫ୍ରଡ ଟଙ୍କା ଫେରି ପାଇଲେ ଅଭିଯୋଗକାରୀ

ଭୁବନେଶ୍ୱର, ୧୧ ।୧ : ସାଧାରଣ ଲୋକଙ୍କଠାରୁ ଟଙ୍କା ଲୁଟି ଚାଲିଛନ୍ତି ସାଇବର ଠକ । ଫୋନପେ, ଗୁଗୁଲ ପେ ମାଧ୍ୟମ ହେଉ ବା ସିଧାସଳଖ ଆକାଉଣ୍ଟରରୁ ଗୋଟିଏ ମିନିଟରେ ଚଳୁ କରିଦେଉଛନ୍ତି ଆକାଉଣ୍ଟ । ଏହାରି ମଧ୍ୟରେ ପ୍ରଥମ ଥର ପାଇଁ ସାଇବର ଠକେଇ ଟଙ୍କା ଫେରିପାଇଛନ୍ତି ଜଣେ ଅଭିଯୋଗକାରୀ । ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ । ଓଟିପି ମାଗି ଟଙ୍କା ନେଇଯାଇଥିଲେ ଦୁର୍ବୃତ୍ତ କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଜଣକ ବୁଦ୍ଧିବମତାର ସହ ଲୁଟ୍ ହେବାର ଘଣ୍ଟାଏ ଭିତରେ ସାଇବର ସେଲରେ କଲ୍ କରି ଅଭିଯୋଗ କରିଥିଲେ । ଫଳରେ ପ୍ରଥମ ଫ୍ରଡ୍ ଟଙ୍କାକୁ ଅଭିଯୋଗକାରୀଙ୍କ ଫେରିପାଇଥିଲେ ।

ଗତ ଦୁଇ ଦିନ ତଳେ ୯ ତାରିଖରେ ଏହି ଘଟଣା ଘଟିିଥିଲା । ସହିଦନଗର ଅଞ୍ଚଳରୁ ଏହି ଠକେଇ ହୋଇଥିବା ସୂଚନା ମିଳିଛି ।

ତେବେ ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ସହାୟତା ନମ୍ବର ଜାରି ହୋଇଛି । ସହାୟତା ନମ୍ବର ହେଉଛି-୭୪୪୦୦୦୬୭୦୯ । ଏଥିରେ ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ ବ୍ଲକ କରାଯିବ । ଠକେଇ ଟଙ୍କା କୁଆଡେ ଯାଇଛି ଓ କୋଉ ଆକାଉଣ୍ଟକୁ ଯାଉଛି ଧରାଯିବ । ଠକେଇ ହେବାର ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । ସଙ୍ଗେ ସଙ୍ଗେ ହେଲପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି । ଆସିଥିବା ୟୁଆରଏଲ ଦେବାମାତ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଥାନାରେ ଅଭିଯୋଗ ପହଞ୍ଚିବା ମାତ୍ରେ ଆଇଆଇସିଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ସନ୍ଦେହଜନକ କଲ୍ ଆସିଲେ ପୋଲିସକୁ ଜଣାଇବାକୁ କୁହାଯାଇଛି ।

Comments are closed.