ଡାକ୍ତରମାନଙ୍କୁ ପ୍ରେରଣା ରାଶି ଯୋଗାଇବେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସମସ୍ତ ଡାକ୍ତରମାନଙ୍କୁ ପ୍ରେରଣା ରାଶି ଯୋଗାଇଦେବା ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଏନେଇ MCI ମାନ୍ୟତାପ୍ରାପ୍ତ ସୁପର ସ୍ପେସାଲିଟି ଡାକ୍ତରମାନଙ୍କୁ ମାସିକ ୩୦ ହଜାର ଟଙ୍କା ମିଳିବ । ଏହା ସହିତ MCI ସ୍ୱୀକୃତ ମେଡିକାଲ କଲେଜରୁ ପିଜିି କରିଥିବା ଡାକ୍ତରଙ୍କୁ ୨୦ ହଜାର ଟଙ୍କା ଓ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ତରଫରୁ ପିଜି ଡିପ୍ଲୋମା କରିଥିବା ଡାକ୍ତରଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଁଏ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥାରେ ସହାୟକ ହେଉଥିବା ଡାକ୍ତରମାନଙ୍କର ଅସୁବିଧା ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

Comments are closed.