ପାକିସ୍ତାନକୁ ଠେଙ୍ଗା ଦେଖାଇଲା ଚୀନ୍, ଉଧାରରେ ବିମାନ ଦେବାକୁ କଲା ମନା

ଇସଲାମବାଦ,୧୦ ।୧୦: ଭାରତକୁ ଫ୍ରାନ୍ସରୁ ରାଫେଲର ପ୍ରଥମ ଡେଲିଭରି ହେବା ପରେ ପାଗଳ ହୋଇଯାଇଛି ପାକିସ୍ତାନ । ଏନେଇ ସେ ନିଜ ପ୍ରିୟ ମିତ୍ର ଚୀନ୍ ପାଖକୁ ଯାଇ ଉଧାରରେ ଗୋଟିଏ ରଡାର ଓ ଏୟାରକ୍ରାଫ୍ଟ ମାଗିଛି ପାକିସ୍ତାନ । କିନ୍ତୁ ପାକିସ୍ତାନକୁ ବିମାନ ଦେବାକୁ ସିଧା ସିଧା ମନା କରିଦେଇଛି ଚୀନ୍ । ତେବେ ଚୀନ୍ ମତରେ, ଅର୍ଥନୈତିକ ସ୍ଥିତିରେ କଙ୍ଗାଳ ହୋଇଥିବା ପାକିସ୍ତାନକୁ କିଛି ବି ଦେବା ବୁଦ୍ଧିମତାର କାମ ନୁହେଁ ।

ଏହା ପୂର୍ବରୁ କଶ୍ମୀରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ବି ହାତ ଟେକିଦେଇଥିଲା ଚୀନ୍ । ଚୀନ୍ ରାଷ୍ଟ୍ରପତି ଜିନାପିଙ୍ଗ ଭାରତ ଗସ୍ତରେ ଆସିବା ପୂର୍ବରୁ ହିଁ କଶ୍ମୀର ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ କହିଥିଲା ଚୀନ୍ । ଏହା ପୂର୍ବରୁ କାଶ୍ମୀର ମାମଲାରେ ପାକିସ୍ତାକୁ ସହଯୋଗର ହାତ ବଢାଇଥିଲା କେବଳ ଚୀନ୍ । କିନ୍ତୁ ପର ମୂହୁର୍ତ୍ତରେ ପାକିସ୍ତାନକୁ ନିରାଶ କରିଦେଇଛି ପ୍ରିୟ ଦରଦୀ ବନ୍ଧୁ ଚୀନ୍ ।

Comments are closed.