ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରୁକୁଡ଼ା ଜଳସେଚନ ସହ ୩୦ଟି ପ୍ରକଳ୍ପ ଉଦଘାଟିତ

ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଦ୍ୱାରା ଆଜି ସୁନ୍ଦରଗଡ ଗୁରୁଣ୍ଠିଆ ବ୍ଲକ ଅନ୍ତର୍ଗତ ରୁକୁଡ଼ା ଜଳସେଚନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ୩ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଦ୍ୱାରା ୮ଟି ପଞ୍ଚାୟତର ଗ୍ରାମବାସୀମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ଏହା ସହିତ ମୁଖ୍ୟମନ୍ତ୍ରୀ ବଣେଇଠାରେ ରାଜା ଧରଣୀଧର ଖେଳ ପଡିଆରେ ୩୦ଟି ପ୍ରକଳ୍ପ ଓ ଶିଳାନ୍ୟାସ ଆଦିର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ବିଧାୟକ ମଙ୍ଗଳା କିସାନ ଆଦି ବରିଷ୍ଠ ନେତା ଯୋଗ ଦେଇଥିଲେ ।

Comments are closed.