କେନ୍ଦ୍ରକୁ ସିଜେଆଇଙ୍କ ପ୍ରଶ୍ନ – ‘କୃଷି ଆଇନ ସ୍ଥଗିତ କରିବେ ନା ଆମେ ପଦକ୍ଷେପ ନେବୁ’

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ସରକାର ଓ କୃଷଙ୍କ ମଧ୍ୟରେ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ବାହାରି ପାରିନାହିଁ । ଏହାରି ମଧ୍ୟରେ କୃଷି ଆଇନ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଏ ନେଇ ଚାଲିଥିବା ମାମଲାର ଶୁଣାଣି ଅବସରରେ ପ୍ରଧାନ ବିଚାରପତି ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏହି ତିନି ଆଇନକୁ ତମେ ସ୍ଥଗିତ ରଖିବ ନା ଆମେ ଏହା କରିବୁ। ସେ କହିଛନ୍ତି, ଏହି ଆଇନ ବିରୋଧୀ ଆନ୍ଦୋଳନ ଜନିତ ସ୍ଥିତି ଅଧିକ ଖରାପ ଆଡ଼କୁ ଗତି କରୁଛି। ଏନେଇ ଆମେ ଅସନ୍ତୋଷ ପ୍ରକାଶ କରୁଛୁ। ଯଦି ଏହାକୁ ନେଇ ରକ୍ତପାତ ହୁଏ ତେବେ ସେଥିପାଇଁ ଆମେ ସମସ୍ତେ ଦାୟୀ ରହିବା।

ଏହା ସହ ସୁପ୍ରିମକୋର୍ଟ ଅସନ୍ତୋଷ ହୋଇ ପ୍ରଶ୍ନ କହିଛନ୍ତି ଯେ, ‘ବୟସ୍କ ଲୋକ ଥଣ୍ଡାରେ କାହିଁକି ଆନ୍ଦୋଳନ କରୁଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ହେବା ଦରକାର । ଯଦି ସରକାର କିଛି କୃଷି ଆଇନକୁ ଲାଗୁ କରିବା ନେଇ ରୋକ୍ ନଲଗାଇବେ ତେବେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ । କୃଷି ଆଇନକୁ ସ୍ଥଗିତ ରଖି କମିଠି ଗଠନ କରାଯାଉ । ଯଦି କୃଷକ ବିରୋଧ କରୁଛନ୍ତି, ତେବେ କମିଟି ଏହାର ସମାଧାନ କରିବ ।’ ତେବେ ଆସନ୍ତା ୧୫ରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି।

Comments are closed.