ଦ୍ରୁତ ଗତି ଯୋଗୁଁ ଚାଲିଗଲା ଦୁଇ ଜୀବନ

କଥାରେ ଅଛି ଦ୍ରୁତ ଗତି ମହା ବିପତ୍ତି, ହେଲେ ଏହାକୁ ମାନୁଛି ବା କିଏ ? ଦ୍ରୁତ ଗତିରେ ଆସୁଥିବା ଏକ କାର ୧୨ ଚକିଆ ଟ୍ରକ ପଛରେ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଛି । ଏପରି ଘଟଣା କେନ୍ଦୁଝର ସଦର ଥାନା ନିକଟସ୍ଥ ଏମ୍ଏସପି ପ୍ଲାଣ୍ଟ ଠାରେ ଘଟିଛି । କାରଟିର ଆଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିଛି । ମୃତକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବା ବେଳେ କାରଟି ଶ୍ରୀକାନ୍ତ ତ୍ରିପାଠିଙ୍କର ବୋଲି ଜଣା ପଡିଛି ।

Comments are closed.