ପଡୋଶୀଙ୍କ ମରଣାନ୍ତକ ଆକ୍ରମଣରେ ଭାଇ ଭଉଣୀ ଗୁରୁ୍ତର

ବଲାଙ୍ଗୀର, ସୁଜାତା ମିଶ୍ର : ପଡୋଶୀଙ୍କ ମରଣାନ୍ତକ ଆକ୍ରମଣରେ ଭାଇ ଭଉଣୀ ଗୁରୁ୍ତର । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅର୍ନ୍ତଗତ ରୁଗୁଡିପାଲି ଗାଁରେ । ସୂଚାନୁସାରେ ଦିନବନ୍ଧୁ ଖେତୀ ନାମ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆୱାସ ଘର ତିଆରି କରୁଥିବା ସମୟରେ କୌଣସି କାରଣ ବଶତଃ ପଡୋଶୀ ଛିନୁ ଖମାରୀଙ୍କ ପରିବାର ସହିତ ଝଗଡା ହୋଇଥିଲା । ତେବେ ହଠାତ ଖମାରୀଙ୍କ ପରିବାରର ୫ ରୁ ୭ ଜଣ ଲୋକେ ଟାଙ୍ଗିଆ ରେ ଖେତୀ ପରିବାର ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଭାଇ ଦିନବନ୍ଧୁ ଖେତୀ ଏବଂ ଭଉଣୀ ରଜନୀ ଖେତୀ ଗୁରୁତର ହୋଇଥିଲେ । ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି । ରଜନୀ ଖେତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଏନେଇ ବନ୍ଦପଡ଼ା ଫାଣ୍ଡିରେ ଏକ ମାମରା ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିନାହିଁ ।

Comments are closed.