ପେଟ୍ରୋଲ ପମ୍ପରେ ଫୁଟିଲା ବୋମା

ନୟାଗଡ (ରଣପୁର), ଚିରଞ୍ଜିବି ଦାଶ  : ପେଟ୍ରୋଲ ପମ୍ପ ରେ ବୋମା ମାଡ଼ l ବୋମା ପକାଇ ଦୁର୍ବୁତ୍ତ ଫେରାର l ସାମାନ୍ୟ ବଚଷାକୁ ନେଇ ନୟାଗଡ ଜ଼ିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ସିଙ୍ଗାପୋଡା ପେଟ୍ରୋଲ ପମ୍ପ ରେ ବୋମା ମାଡ଼ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ପେଟ୍ରୋଲ ପମ୍ପ କୁ ଗତକାଲି ପେଟ୍ରୋଲ ପାଇଁ ଜଣେ ଯୁବକ ଆସିଥିଲେ l ପେଟ୍ରୋଲ ର ଓଜନ କୁ ନେଇ ଏହି ବ୍ୟକ୍ତି ଏବଂ ପେଟ୍ରୋଲ ପମ୍ପ କର୍ମଚାରୀ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା l ଏହା କୁ କେନ୍ଦ୍ରକରି ଏହି ଦୁର୍ବୁତ୍ତ ଜଣଙ୍କ ଗତକାଲି ବିଳମ୍ବିତ ରାତ୍ର 3:30min ପେଟ୍ରୋଲ ପମ୍ପ କୁ ବୋମା ମାଡ଼ କରିଥିଲା l ଯାହାଫଳରେ ପେଟ୍ରୋଲ ପମ୍ପର ଓଜନ ମାପ ଯନ୍ତ୍ରରେ ନିଆଁ ଲାଗିଯାଇଥିଲା l ସଙ୍ଗେ ସଙ୍ଗେ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ନିଆଁକୁ ଆୟତ୍ତ କରିଥିଲେ l ଯାହାଫଳରେ ବଡ଼ଧରଣ କ୍ଷୟକ୍ଷତିରୁ ବର୍ତ୍ତିଯାଇଥିଲା l ଦୁର୍ବୁତ୍ତ ଜଣଙ୍କ ପେଟ୍ରୋଲ ବୋମା ପକାଇଥିବା ଜଣାପଡିଛି l ଏହି ଦୁର୍ବୁତ୍ତ ଜଣଙ୍କ ନୟାଗଡ ଜ଼ିଲ୍ଲା ଖଣ୍ଡପଡା ଥାନାଅନ୍ତର୍ଗତ ଗଡ଼ସାହିର ହୋଇଥିବା ଜଣା ପଡିଛି l ଘଟଣା ସ୍ଥଳରେ ଖଣ୍ଡପଡ଼ା ପୋଲିସ ପହଞ୍ଚି cctv ଆଧାରରେ ଛାନଭିନ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ଅଛି l

Comments are closed.