୩୪ କୋଟି ଜିଏସଟି ଠକେଇରେ ଗିରଫ ବଲିଉଡ ନିର୍ଦ୍ଦେଶକ

ବଲିଉଡ ଜଗତରେ ବେଶ୍ ଚହଳ ପକାଇଥିବା ଚଳଚ୍ଚିତ୍ର ତଥା ଅନୁପମ୍ ଖେରଙ୍କ ଅଭିନୀତ ‘ The Accidental Prime Minister ’ ର ନିର୍ଦ୍ଦେଶକ ବିଜୟ ଗୁଟ୍ଟେଙ୍କୁ ଗିରଫ କରାଯାଇଛି । ତେବେ ‘The Accidental Prime Minister’ ଆଗାମୀ ଡିସେମ୍ବର ୨୧ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି । ସୂଚନା ଅନୁସାରେ, ବିଜୟଙ୍କ ନାମରେ ୩୪ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିବା ପରେ ଇଣ୍ଟେଲିଜେନସି ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଏନେଇ ବିଜୟଙ୍କୁ ଗିରଫ କରାଯାଇ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦିଆଯାଇଛି ।

Comments are closed.