ପିପିଲି ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ନାମାଙ୍କନ

ପିପିଲି : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ସମର୍ଥକଙ୍କ ଗହଣରେ ଏକ ବିଶାଳ ରାଲିରେ ଯାଇ ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ଭରିଛନ୍ତି ।

ନାମାଙ୍କନ ସମୟରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ରହିଥିଲେ । ପୁରୀ ଓ ବ୍ରହ୍ମଗିରିର ବିଧାୟକମାନେ ମଧ୍ୟ ଆଶ୍ରିତଙ୍କ ସହ ଉପସ୍ଥିତ ରହିଥିଲେ ।
ତେବେ ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ଅପରପକ୍ଷରେ ବିଜେଡି ଓ କଂଗ୍ରେସ ଏଯାବତ୍ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ଆଶ୍ରିତ ପଟ୍ଟନାୟକ ପିପିଲିରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

Comments are closed.