ଅକ୍ଷୟଙ୍କ ପରେ ଭୂମିଙ୍କୁ କରୋନା

ମୁମ୍ବାଇ : କରୋନା ମହାମାରୀ ଧୀରେ ଧୀରେ ବଢ଼ିବାରେ ଲାଗିଛି । ନେତା ମନ୍ତ୍ରୀଙ୍କ ପରେ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ବି କରୋନା କବ୍ଜାକୁ ଆସିବାରେ ଲାଗିଛନ୍ତି । ବଲିଉଡ଼ର ଅନେକ କଳାକାର କରୋନା ସଂକ୍ରମିତ ହୋଇଥିବା ବେଳେ ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର କୋରୋନା ପଜିଟିଭ ହୋଇଛନ୍ତି । ଏହାରି ମଧ୍ୟରେ ବଲିଉଡ଼ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୋମବାର ସୂଚନା ମିଳିଛି। ତାଙ୍କର ସାମାନ୍ୟ ଲକ୍ଷଣ ଅଛି ଏବଂ ସେ ହୋମ୍‍ କ୍ୱାରେଣ୍ଟାଇନରେ ଅଛନ୍ତି। ଅଭିନେତ୍ରୀ ନିଜେ ସାମାଜିକ ଗଣମାଧ୍ୟମରେ ଏହି ଖବର ଶେୟାର କରିଛନ୍ତି।

ସେ ଲେଖିଛନ୍ତି, “ମୁଁ କରୋନା ସଂକ୍ରମିତ ହୋଇଛି। ବର୍ତ୍ତମାନ ସୁଦ୍ଧା ମୋ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି। କିନ୍ତୁ ମୁଁ ଠିକ୍ ଅନୁଭବ କରୁଛି ଏବଂ ନିଜକୁ କ୍ୱାରେଣ୍ଟାଇନରେ ରଖିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ସାବଧାନତା ଅବଲମ୍ବନ କରୁଛି”।

ତେବେ ନିକଟରେ ବଲିଉଡ ସେଲିବ୍ରିଟି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଅକ୍ଷୟ କୁମାର, ଆଲିଆ ଭଟ୍ଟ, ଆମୀର ଖାନ ଏବଂ ଅନ୍ୟମାନେ ଅଛନ୍ତି।

Comments are closed.