ତୁଳସୀ ଗଛ ଲଗାଇବାରେ ରହିଛି ବହୁତ ଲାଭ, ପ୍ରସନ୍ନ ରହନ୍ତି ଲକ୍ଷ୍ମୀ

ଆମର ସନାତନ ଧର୍ମରେ ତୁଲସୀ ଗଚ ଲଗାଇବାର ବହୁତ ମହତ୍ୱ ରହିଛି । ସନାତନ ଧର୍ମରେ ଏହି ଗଛକୁ ଭଗବାନଙ୍କ ମାନ୍ୟତା ଦିଆଯାଇଛିି । ଯଦି ତୁମେ ତୁମ ଘରେ ତୁଳସୀ ଗଛ ଲଗାଇଛ, ତେବେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ଏହା ସମଗ୍ର ଘରେ ସକାରାତ୍ମକତା ଆଣିଥାଏ । ତେବେ ଆସନ୍ତୁ ଜାଣିବା ତୁଳସୀ ଗଛର କିଛି ଉପାୟ, ଯାହାଦ୍ୱାରା ସର୍ବଦା ଆପଣଙ୍କ ଘରେ ଲକ୍ଷ୍ମୀ ବାସ କରିବେ….

ଯଦି ତୁମେ ସକାଳୁ ଉଠି ତୁଲସୀର ବିଧିବଦ୍ଧ ଭାବେ ପୂଜା କରୁଛ ଓ ତାର ପତ୍ରକୁ ନେଇ ଭଗବାନ ବିଷ୍ଣୁ କିମ୍ବା ଶାଲିଗ୍ରାମଙ୍କୁ ଅର୍ପଣ କରୁଛ, ତେବେ ତୁଳସୀ ତୁମ ଉପରେ ସନ୍ତୁଷ୍ଟ ହୋଇଯିବେ । ଏବଂ ତୁମ ଘରେ କେବେ ବି ଲକ୍ଷ୍ମୀଙ୍କ ଅଭାବ ରହିବ ନାହିଁ ।

ଯେଉଁମାନଙ୍କର ଘରେ ଘରୋଇ କଳହ ଲାଗିରହିଥାଏ, ସେମାନେ ତୁଲସୀଙ୍କୁ ପାଣି ଅର୍ପଣ କରିବା ସହ ତୁଳସୀ ପତ୍ରକୁ ପାଣିରେ ପକାଇ ପୁରା ଘରେ ଛିଞ୍ଚିବା ଉଚିତ୍ । ଏହା କରିବା ଦ୍ୱାରା ଆପଣଙ୍କ ଘରୋଇ କଳହ ଶେଷ ହୋଇଥାଏ ଓ ନକାରାତ୍ମକତା ଦୂରେଇ ଯାଏ ।

ଯେଉଁମାନେ ପ୍ରତିଦିନ ତୁଲସୀଙ୍କୁ ପୂଜା କରନ୍ତି ଏବଂ ତୁଳସୀର ଏକ ପୁଷ୍ପମାଲ୍ୟ ଦେଇ କୃଷ୍ଣ ମନ୍ତ୍ର ଜପ କରନ୍ତି, ସେମାନଙ୍କ ଘରେ କୌଣସି ଅସୁବିଧା ହୋଇନଥାଏ । ଏହା ବ୍ୟତୀତ ସେମାନଙ୍କ ଘରେ ମା’ ଲକ୍ଷ୍ମୀ ମଧ୍ୟ ରହିଥାନ୍ତି ।

Comments are closed.