ନଭେମ୍ବର ୧୨ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା

କଟକ : ନଭେମ୍ବର ୧୨ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏବର୍ଷ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୨୦ତାରିଖରେ ଶେଷ ହେବ ବାଲିଯାତ୍ରା । ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ହେବ ବୋଲି ସୂଚନା ମିଳିଛି । ବାଲିଯାତ୍ରା ମହୋତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ତଳ ପଡିଆରେ ୩୭ ଓ ଉପର ପଡିଆରେ ୧୦ ଏକର ଜାଗାରେ ବାଲିଯାତ୍ରାର ଆୟୋଜନ ହେବ । ବୈଠକ ପରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ସେହି ବୈଠକରେ ସିଏମସି କମିଶନରଙ୍କ ସହିତ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ ।

ତେବେ ଚଳିତ ବର୍ଷ ମଧ୍ୟ ଦେଶବିଦେଶରୁ ସାଂସ୍କୃତିକ ଦଳ ବାଲିଯାତ୍ରାରେ ଅଂଶ ଗ୍ରହଣ କରିବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ପ୍ଲାଷ୍ଟିକ ବ୍ୟାନ ତଥା ଅନ୍ୟାନ୍ୟ ପ୍ରଦୂଷଣ ଯୁକ୍ତ ସାମଗ୍ରୀକୁ ଯାତ୍ରାରୁ ଦୂରେଇ ରଖାଯିବା ନେଇ ନିଷ୍ପତି ନିଆଯାଇଛି । ମେଳାରେ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଇ-ରିକ୍ସା ବ୍ୟବସ୍ଥା କରାଯିବା ସହ ପଲିଥିନମୁକ୍ତ ବାଲିଯାତ୍ରା ପାଇଁ ପେପରବ୍ୟାଗ ବ୍ୟବହାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ।

Comments are closed.