କିନ୍ନରଙ୍କ ରାଜୁତି; ଉଲଗ୍ନ କରି ପିଟିଲେ ବାବାଙ୍କୁ

୧୦ରୁ ଅଧିକ କିନ୍ନର ଏକଜୁଟ ହୋଇ ଏକ ବାବାଙ୍କୁ ଘୋଷାରି ଘୋଷାରି ପିଟିଛନ୍ତି, ଯାହାଫଳରେ ସପୃଂକ୍ତ ବାବା ଜଣକ କିନ୍ନରମାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଆଶ୍ରମରେ । ତଦନ୍ତରୁ ଜଣା ପଡିଛି କି, ରାତି ସମୟରେ ପୋଲିସଙ୍କ କବଳରୁ ବଞ୍ଚିବା ପାଇଁ କେତେକ କିନ୍ନର ନାଗା ବାବାଙ୍କ ଆଶ୍ରମକୁ ପଶି ଯାଇଥିଲେ । ଫଳରେ ବାବା ଜଣକ ସେମାନଙ୍କ ପ୍ରବେଶକୁ ମନାକରିବାରୁ କିନ୍ନରମାନେ ଗାଳି କରି ଚାଲିଗଲେ । ପରନ୍ତୁ ସକାଳେ ସବୁ କିନ୍ନରମାନେ ଏକଜୁଟ୍ ହୋଇ ଆସି ବାବାଙ୍କୁ ଆଶ୍ରମରୁ ଘୋଷାରି ଘୋଷାରି ଉଲଗ୍ନ କରି ପିଡିଛନ୍ତି । ଯାହାଦ୍ୱାରା ବାବା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

Comments are closed.