ୱାଶିଂଟନ କ୍ୟାପିଟାଲ କମ୍ପ୍ଲେକ୍ସ ଉପରେ ଆକ୍ରମଣ, ଜଣେ ମୃତ

ୱାଶିଂଟନ : ଆମେରିକାର ୱାଶିଂଟନରେ ୟୁଏସ୍ କ୍ୟାପିଟଲ ବିଲ୍ଡିଂ କମ୍ପ୍ଲେକ୍ସ ଉପରେ ଆକ୍ରମଣ ହୋଇଛି । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଜଣେ ସନ୍ଦିଗ୍ଧ କାର ଚାଳକ ୨ ପୋଲିସ ଅଧିକାରୀଙ୍କୁ ଧକ୍କା ଦେଇଥିଲା । ଗୁଳି ବିନିମୟରେ ସନ୍ଦିଗ୍ଧ କାର୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ୟୁଏସ କ୍ୟାପିଟାଲରେ ଲକଡାଉନ୍ ଘୋଷଣା କରାଯାଇଥିଲା । ୟୁଏସ୍ କ୍ୟାପିଟାଲକୁ ସଂଯୋଗ କରୁଥିବା କିଛି ରାସ୍ତା ମଧ୍ୟ ବନ୍ଦ କରାଯାଇଥିଲା ।

ପୋଲିସ ଅନୁସାରେ, ଏକ କାର ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବା ପରେ ଚାଳକ ଜଣକ ପୋଲିସକୁ ଛୁରୀରେ ଆକ୍ରମଣ କରିଥିଲା । ଏହା ଆତଙ୍କବାଦୀ ଆକ୍ରମଣ ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହା ପରେ ସନ୍ଦିଗ୍ଧ ଉପରେ ଗୁଳି ଚାଳନା କରିଥିବା ବେଳେ ତାର ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ଆକ୍ରମଣକାରୀ ଜଣଙ୍କ ୨୫ ବର୍ଷୀଅ ନୋଆହ ଗ୍ରୀନ୍ ବୋଲି ଜଣାପଡ଼ିଛି । ତେବେ, ଆକ୍ରମଣକାରୀ ବିରୋଧରେ ପୂର୍ବରୁ କୌଣସି ଅଭିଯୋଗ ନଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଦୁଃଖ ପ୍ରକାଶ କରିଛନ୍ତି ।

Comments are closed.