ଘର ଓ ଜମି ଭାଗବଣ୍ଟାକୁ ନେଇ ଭାଇ ମାନଙ୍କ ମଧ୍ୟରେ ବଚସା , ଦୁଇ ଭାଇ ଗୁରୁତର
ବଲାଙ୍ଗୀର, ସୁଜାତା ମିଶ୍ର : ସମ୍ପତି ଲୋଭରେ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଏ । ଏପରିକି ନିଜ ଭାଇର ଜୀବନ ନେବାକୁ ବି ପଛାଏ ନାହିଁ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସଦର ଥାନା କଟାପାଲି ଗାଁରେ । ଜମି ଓ ଘର ଭାଗବଣ୍ଟାକୁ ନେଇ ପୂର୍ବରୁ ମାଧବ ହାତୀ ଏବଂ ନିତିଆ ହାତୀଙ୍କ ସହିତ ଅନ୍ୟ ତିନି ଭାଇଙ୍କ ଝଗଡା ଲାଗି ରହିଥିଲା । ଆଜି ହଠାତ ଅନ୍ୟ ତିନି ଭାଇ ଏବଂ ତାଙ୍କ ପରିବାର ଲୋକେ ମାଧବ ଓ ନିତିଆଙ୍କ ଉପରେ ସଂଗବଦ୍ଧ ଆକ୍ରମଣ କରିବା ସହ ସାବଳରେ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ । ଫଳରେ ମାଧବ ଓ ନିତିଆ ଦୁଇ ଭାଇ ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି I ଆକ୍ରମଣକାରୀ ଅନ୍ୟ ଭାଇ ଏବଂ ସଂର୍ପକୀୟ ମାନେ ଫେରାର ଥିବା ସୂଚନା ମିଳିଛି I
Comments are closed.