ଗୁଡ୍ ନ୍ୟୁଜ୍ ର ଅପେକ୍ଷାରେ ଅକ୍ଷୟ କୁମାର

ବଲିଉଡର ରାଉଡି ଅଭିନେତା ଅକ୍ଷୟ କୁମାର ଓ କରିନାଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ । ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ମେହେତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୁଡ୍ ନ୍ୟୁଜ୍’ରେ ଦୁଇଜଣ ଅଭିନୟ କରିବେ । ଏହା ନିଜେ ଅକ୍ଷୟ କୁମାର ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏଥିରେ ଦୁଇ ଜଣଙ୍କୁ ଏକ ଦମ୍ପତିଙ୍କର ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । କରନ ଜୋହର ପ୍ରଯୋଜିତ ଏହି ଚଳଚିତ୍ରରେ ସହ-କଳାକାର ଭାବେ ନଜର ଆସିବେ ଦୀଲଜିତ ଦୋସାଂଜ ଓ କିଆରା ଆଡ଼ଭାନୀ ।

Comments are closed.