ବଲିଉଡ ଅଭିନେତା ଅଜୟ ଦେବଗନ୍ ଏବେ ବନିବେ ଚାଣକ୍ୟ

ବଲିଉଡ ଜଗତରେ ବୟସକୁ ପଛରେ ପକାଇ ସିନେମାରେ ଦମଦାର ଅଭିନୟ କରୁଥିବା ଅଜୟ ଦେବଗନଙ୍କୁ ଏବେ ଚାଣକ୍ୟ ରୂପେ ଦେଖିବାକୁ ମିଳିବ । ଭାରତର ଇତିହାସରେ ପ୍ରସିଦ୍ଧ ଥିବା ଚାଣକ୍ୟ ଏକାଧାରରେ ରାଜନୈତିକ ଚିନ୍ତକ, ଦାର୍ଶନିକ, ଅର୍ଥନୈତିକ ଓ ରାଜକୀୟ ପରାମର୍ଶଦାତା ରହିଆସିଛନ୍ତି, ଯାହାଙ୍କ ଚରିତ୍ରକୁ ଅଭିନୟ ଆକାରରେ ଲୋକଲୋଚନକୁ ଆଣିବେ ଅଜୟ । ନିରଜ୍ ପାଣ୍ଡେଙ୍କ ଦ୍ୱାରା ନିର୍ଦ୍ଦେଶିତ ‘chanakya’ ସିନେମାଟି ଖୁବ୍ ଧମାକେଦାର ହେବାର ସୂଚନା ମିଳୁଛି । ଏନେଇ ଆଜି ସକାଳେ ଅଜୟ ଦେବଗନ୍ ଟ୍ୱିଟ ଜରିଆରେ ଦର୍ଶକମାନଙ୍କୁ ଜଣାଇଛନ୍ତି ।

Comments are closed.